ଟି-୨୦ ବିଶ୍ଵକପ୍ ଟିମ୍ ଘୋଷଣା ହେବା ମାତ୍ରେ ଖେଳାଳିଙ୍କ ଫର୍ମ ଗାଏବ ? ରୋହିତ-ହାର୍ଦ୍ଦିକ- ଅର୍ଶଦୀପ ଫ୍ଲପ୍

Published By : Prameya-News7 Bureau | May 02, 2024 IST

Aajtak

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ ଘୋଷଣା ହେବା ମାତ୍ରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ଟି-୨୦ ଦଳ ଘୋଷଣା ହେବା ପରଠୁ ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ଗୁଡ଼ିକରେ ଖେଳାଳିଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇଛି। ଏଥିରେ ଅଧିନାୟକ ରୋହିତ ଶର୍ମାଙ୍କଠୁ ନେଇ ଉପ ଅଧିନାୟକ  ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ସାମିଲ। କେବଳ ଏତିକି ନୁହେଁ ଦ୍ରୁତ ବୋଲର ଅର୍ଶଦୀପ ସିଂ ମଧ୍ୟ ମହଙ୍ଗା ସାବ୍ୟସ୍ତ  ହୋଇଛନ୍ତି। ଘୋଷିତ ୧୫ ଖେଳାଳିଙ୍କ ମଧ୍ୟରୁ ସାତ ଖେଳାଳି ଗତ ଦୁଇଟି ଆଇପିଏଲ୍ ମ୍ୟାଚ୍‌ରେ ଫ୍ଲପ୍ ରହିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଛନ୍ତି।

Also read:  IPLର ଏହି ୪ଟି ଦଳରୁ ଜଣେ ବି ଖେଳାଳିଙ୍କୁ ମିଳିଲାନି ଟି-୨୦ ବିଶ୍ଵକପ୍ ଟିମରେ ସ୍ଥାନ, ମୁମ୍ବାଇରୁ ସର୍ବାଧିକ ସାମିଲ

ସୂଚନାଯୋଗ୍ୟ, ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ ଏପ୍ରିଲ ୩୦ ତାରିଖରେ ହୋଇଥିଲା। ଦଳରେ ଶିବମ ଦୁବେ ଓ ଅର୍ଶଦୀପ ସିଂଙ୍କୁ ସ୍ଥାନ ମିଳିଛି। ଦଳ ଘୋଷଣା ପରେ ପରେ ଦୁଇଟି ଆଇପିଏଲ୍‌ ମ୍ୟାଚ୍ ଖେଳା ଯାଇଛି। ପ୍ରଥମ ମୁକାବିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ରୋହିତ ଶର୍ମା ୪ ରନ କରି ଆଉଟ୍ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୬ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ। ଟି-୨୦ ବିଶ୍ଵକପ୍‌ର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ବି ଖୋଲିପାରି ନ ଥିଲେ। ଆଉ ବୋଲିଂରେ ଯଶପ୍ରୀତ ବୁମରା ୪ ଓଭରରେ ମାତ୍ର ୧୭ ରନ ଦେଇଥିଲେ ହେଁ ଓ୍ଵିକେଟ୍ ପାଇ ନ ଥିଲେ। 

ଦ୍ଵିତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ବିଶ୍ଵକପ୍ ପାଇଁ ଚୟନ କିଛି ଖେଳାଳି ମଧ୍ୟ ଏହି ମ୍ୟାଚ୍ ଖେଳିଥିଲେ। ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ଶିବମ ଦୁବେ। କାରଣ ଶିବମଙ୍କୁ  ରିଙ୍କୁ ସିଂଙ୍କ ସ୍ଥାନ ଚୟନ କରାଯାଇଥିବା କୁହାଯାଏ। ମାତ୍ର ଶିବମ ଏହି ମୁକାବିଲାରେ ଶୂନ୍ୟ ରନରେ ଆଉଟ୍ ହୋଇଥିଲେ। ସେହିପରି ରବୀନ୍ଦ୍ର ଜାଡ଼େଜା କିଛି ଖାସ୍ କମାଲ କରି ପାରି ନ ଥିଲେ। ସେ ୪ଟି ବଲରୁ ମାତ୍ର ୨ ରନ କରିଥିଲେ। ଏହି ପରି ପଞ୍ଜାବ ପକ୍ଷରୁ ଖେଳିଥିବା ଅର୍ଶଦୀପ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ୪ ଓଭରରେ ଅର୍ଶଦୀପ ୫୨ ରନ ଦେଇ ମାତ୍ର ଗୋଟିଏ ଓ୍ଵିକେଟ୍ ପାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.